ନମସ୍କାର ! ଆପଣ ଏହି APP ଭିତରକୁ ପ୍ରବେଶ କରିଥିବାରୁ ଆମ୍ଭେମାନେ ଅତ୍ୟନ୍ତ ଖୁସିର ସହ ସ୍ୱାଗତ କରୁଅଛୁ ଏହାର ମହତର ଉଦେଶ୍ୟ ଜାଣିଲେ ନିଶ୍ଚୟ ଆପଣଙ୍କ ମନ ଭରି ଯିବ ଓ ଓଡିଶାର ଗୋଟିଏ ଗ୍ରାମକୁ ନିଜସ୍ଵ କରିବାକୁ ଆକୁଳ ବ୍ୟାକୁଳ ହେବେ . ଏଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ କି ନିବେଶ କରିବା ଆବଶ୍ୟକ ହେବନି ବରଂ ଆପଣଙ୍କ ଜୀବନରେ ସ୍ବର୍ଗୀୟ ସୁଖ ଏବଂ ସନ୍ତୋଷ ପ୍ରାପ୍ତ ହେବ !
ଆପଣ ଓଡ଼ିଶାର 51313 ଗ୍ରାମ ମଧ୍ୟରୁ ଯେକୌଣସିକୁ ପସନ୍ଦ କରି "ଗୌରୀ ତେରା ଗାଓଁ ବଡା ପ୍ୟାରା ମୈ
ତ ଗୟା ମାରା " କହିବାକୁ ହେବ! ସାରାଜୀବନ ଏହା ନିଜସ୍ୱ ବା ଏକ ପୋଷ୍ୟ ଗ୍ରାମ ହୋଇ ରହିବ! ଆପଣ
ଜୀବନର ଶେଷ ମୁହୂର୍ତ୍ତ (ଆମରଣ) ଓ ଅନ୍ୟକୁ ହସ୍ତାନ୍ତର ନ କରିବା ପର୍ଯ୍ୟନ୍ତ ଏହି ଗ୍ରାମ ର
ପ୍ରତିନିଧିତ୍ୱ କରୁଥିବେ!
ଏହା ଏକ ମହାନ ଦର୍ଶନ ଏବଂ କାର୍ଯ୍ୟ ନୁହେଁ। ପ୍ରତିନିଧି ମନୋନୟନ କରିଥିବା ପୋଷ୍ୟଗ୍ରାମର
ହାଲଚାଲ, ସୁବିଧା, ଅସୁବିଧା, ଅତ୍ୟାବଶ୍ୟକତା, ଅନାବଶ୍ୟକତା, ଜନ୍ମ ମୃତ୍ୟୁ, ଶିକ୍ଷା
ଶିକ୍ଷିତତା, କାମଧନ୍ଦା, ସାମାଜିକ ବ୍ୟାଧି, ସଂସ୍କାର ସଂସ୍କୃତି, ଜନସଂଖ୍ୟା, ଜନ ଜାଗରଣ
ଇତ୍ୟାଦି ପ୍ରତି ସର୍ବଦା ସତେଜ ରହିବେ!
ଆସନ୍ତୁ ଜାଣିବା, କିଏ ଜଣେ ପ୍ରତିନିଧି? ପ୍ରତିନିଧି ସେ ଯିଏ, ଗୋଟିଏ ଗ୍ରାମର ପ୍ରତିକାର,
ପ୍ରତିପୋଷଣ, ପ୍ରତିଷେଧ ନିମନ୍ତେ ପ୍ରତିଦିନ ପ୍ରଶାସନ ଓ ପ୍ରଭୁ ନିକଟେ ପ୍ରତିନିଧିତ୍ୱ କରନ୍ତି!
ପ୍ରତିନିଧି ସିଏ ଯେ ମନୋନୟନ କରିଥିବା ପୋଷ୍ୟଗ୍ରାମ ପାଇଁ ପ୍ରତିଦିନ ଅନ୍ୟୁନ 30 ସେକେଣ୍ଡ ସ୍ୱର
ଉତ୍ତୋଳନ କରିବାକୁ ପ୍ରସ୍ତୁତ ରହିବେ!
ପ୍ରତିନିଧି ହେବାକୁ ଆପଣଙ୍କୁ ପରବର୍ତୀ ପୃଷ୍ଠାକୁ ପ୍ରବେଶ କରି ରେଜିଷ୍ଟ୍ରୀଭୁକ୍ତ କରିବା
ଆବଶ୍ୟକ! ମନେରଖନ୍ତୁ, ଆପଣଙ୍କ ବ୍ୟକ୍ତିଗତ ବିବରଣୀ ସୁରକ୍ଷିତ ଓ ଗଛିତ ଧନ ସ୍ୱରୂପ, ଏହା
ସମ୍ପୂର୍ଣ୍ଣ ଗୁପ୍ତ ରହିବ! ଆମେ ଉତ୍ତରଦାୟୀ ରହିବୁ!
ଏହା ଏକ ଆପ ଯାହା ବହୁ ପରୀକ୍ଷା ପରେ ଗୁଗୁଲ ପ୍ଲେଷ୍ଟୋରରେ ଅପଲୋଡ୍ ହୋଇଛି। ସରକାର ସର୍ବଦା
ତୀକ୍ଷଣ ନଜର ରଖିଥାଏ! ସେଥିପାଇଁ ଆପଣ ମଧ୍ୟ ଏହାର ସୁରକ୍ଷା ନିମନ୍ତେ ସର୍ବଦା ସଜାଗ ରହିବେ!
ଆସନ୍ତୁ, ବିଳମ୍ବ ନ କରି ଆଗକୁ ବଢ଼ିବା!